*ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ପ୍ରଭାବ, “ଦମନ୍‌” କୁ ମିଳିବ ସର୍ବାଧିକ ପ୍ରେକ୍ଷାଳୟ*

0

ଭୁବନେଶ୍ୱର(ଆମ ଟିଭି) : ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୫ମ ଦିନରେ ଦିନରେ ପହଞ୍ଚିଥିବା ବେଳେ ଏବେ ସାମାନ୍ୟ ଆଶ୍ବସ୍ତି ମିଳିଛି । ନିକଟ ଅତୀତରେ ମାଲକାନଗିରି ରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ଓଲିଉଡ଼ର ସୁପରଷ୍ଟାର ବାବୁସାନଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ଦମନ୍” l “ଦମନ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଅନେକ ଥର ଯୋଜନା ହୋଇଥିବା ସତ୍ତ୍ୱେ ହଲ୍ ମିଳୁନଥିବା ଯୋଗୁଁ ମୁକ୍ତିଲାଭ କରିବା ନେଇ ପ୍ରଯୋଜକ ଚିନ୍ତିତ ଥିଲେ l ପ୍ରଯୋଜକଙ୍କ ନୀରବ ପଦଯାତ୍ରାର ପ୍ରଭାବ ଏବଂ ଅନେକ ସମର୍ଥକଙ୍କ ଯୋଗୁଁ “ଦମନ୍” କୁ ମିଳିଛି ଓଡ଼ିଶାର ସର୍ବାଧିକ ପ୍ରେକ୍ଷାଳୟ l ଏଇ ଖୁସି ଖବର ସମସ୍ତ ପ୍ରଯୋଜକଙ୍କ ମୁହଁରେ ଆନନ୍ଦ ଭରିଦେଇଛି l 

ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନଥିବା, ୨୦୦୮

ମସିହାରୁ ମିଳୁନଥିବା ସବ୍‌ସିଡି ସୁବିଧା, ଫାଇଲ୍ ଭିତରେ ପଡ଼ି ରହିଥିବା ଓଡ଼ିଆ ସିନେମା ନୀତି ଯୋଗୁଁ ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ

ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ

ପହଞ୍ଚାଇବା ଲାଗି ଦୀର୍ଘ ପାଞ୍ଚ ଦିନ ଧରି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଚାଲିଅଛି l ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ

କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ ।

ଆଜି ଖୁସିର ଖବର ଆମ ନୀରବ ପଦଯାତ୍ରା ଦେଖି ଚଳଚ୍ଚିତ୍ର “ଦମନ୍” କୁ ସାରା ଓଡିଶାରେ ସର୍ବାଧିକ ପ୍ରେକ୍ଷାଳୟ ମିଳିଲା ଓ ଏହା ନଭେମ୍ବର ୪ ରେ ମୁକ୍ତିଲାଭ କରିବ। ଆମ ପ୍ରଯୋଜକମାନଙ୍କ ତରଫରୁ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ନିବେଦନ “ଦମନ୍” ଭଳି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ସପରିବାର ନିଶ୍ଚିତ ଭାବେ ଦେଖନ୍ତୁ l

Leave A Reply

Your email address will not be published.