ହବିଷ୍ୟାଳିଙ୍କୁ ଶାଲ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

0

ପୁରୀ (ଆମ ଟିଭି): ପୁରୀରେ ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳି ମା’ ମାନେ ପୁରୀରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଅଛନ୍ତି । ଆଜି ହବିଷ୍ୟାଳିଙ୍କୁ ରାଜ୍ୟ ସରକାର ଅଭିନବ ଉପହାର ଦେଇଛନ୍ତି । ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ଏବେ ପୁଣି ପ୍ରତ୍ୟକଙ୍କୁ ଶାଲ୍ ପ୍ରଦାନ କରାଯାଇଛି ।

ଯାହାକୁ ନେଇ ବେଶ୍ ଉତ୍ସାହିତ ଭହିଷ୍ୟାଳି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଉଛି । ରାଜ୍ୟ ସରକାର ବଜେଟରେ ହବିଷ୍ୟାଳୀଙ୍କ ରହିବା ନିମନ୍ତେ ବୃନ୍ଦାବତୀ ନିବାସ ସ୍ଥାପନା କରିଛନ୍ତି । ସମସ୍ତ ପ୍ରକାର ରହିବା ବ୍ୟବସ୍ଥା ଏଠାରେ କରାଯାଇଛି । ହବିଷ୍ୟାଳିଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ କରାଯାଉଛି ।

Leave A Reply

Your email address will not be published.