ଗୁଜୁରାଟରେ ନୂଆ ଚାଲ ଚଳାଇଲେ କେଜ୍ରିୱାଲ

0

ଅହମଦାବାଦ: ପଞ୍ଜାବ ଭଳି ଗୁଜୁରାଟରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ‘ଆପଣଙ୍କ ମୁଖ୍ୟମନ୍ତ୍ରୀ ବାଛନ୍ତୁ’ ଅଭିଯାନ ଆରମ୍ଭ କରିଛନ୍ତି। ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ବିଭିନ୍ନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍। ପଞ୍ଜାବରେ ଏଇ ତରିକା ସଫଳ ହେବା ପରେ ଗୁଜୁରାଟରେ ବି ତାହା ଆପଣାଇଛନ୍ତି।

ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟରେ ବିଜେପିକୁ ନିର୍ବାଚନ ମଇଦାନରେ ଚିତ୍ କରିବା ପାଇଁ ଉଦ୍ୟମର ଏକ ଅଂଶ ଭାବରେ ଗୁଜରାଟ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବା ପାଇଁ ଏକ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। “ନିଜ ମୁଖ୍ୟମନ୍ତ୍ରୀ ନିଜେ ବାଛ” ଅଭିଯାନ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସଦ୍ୟତମ ଗୋଟିଚାଳନା। ଗୁଜୁରାଟରେ କେଜ୍ରିୱାଲ୍ ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି। ରାଲି ଏବଂ ଜନସଭା ଆୟୋଜନ କରିବା ସହ ମାଗଣା ବିଦ୍ୟୁତ୍, ଉନ୍ନତ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ପ୍ରତିଶ୍ରୁତି ଦୋହରାଉଛନ୍ତି।

୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ଲାଗି ନିର୍ବାଚନ ଚଳିତ ବର୍ଷ ଶେଷ ସୁଦ୍ଧା ହେବ। ତେବେ ମତଦାନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.