ଟି-୨୦ ବିଶ୍ୱକପ: ଆଜି ଭାରତ-ବାଂଲାଦେଶ ମୁକାବିଲା

0

ଭୁବନେଶ୍ୱର (ଆମ ଟିଭି): ଚାଲିଛି ଟି-୨୦ ବିଶ୍ୱକପ୍ । ବିଶ୍ୱକପ୍ ହା୍େଇବା ପାଇଁ ସବୁ ଦଳ ଉଦ୍ୟମ ଚଳାଇଛନ୍ତି । ଆଜି ଆଜି ଟି-୨୦ ୱାର୍ଲଡକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମହା ମୁକାବିଲା । ଅଷ୍ଟ୍ରେଲିଆର ଏଡିଲେଡ ଓବଲରେ ହେବ ଏହି ହାଇଭୋଲଟେଜ ମ୍ୟାଚ । ଭାରତୀୟ ସମୟ ଅପରାହ୍ନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାଚ ଉଭୟ ଭାରତ ଓ ବାଂଲାଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ ଟୁରେ ଭାରତ ନଂବର ଦୁଇରେ ଥିବା ବେଳେ ଶୀର୍ଷରେ ଦକ୍ଷିଣ ଆଫ୍ରିକା ରହିଛି । ଆଜିର ମ୍ୟାଚରେ ଯଦି ଭାରତ ହାରିଯାଏ ତେବେ ସେମିଫାଇନାଲ ଖେଳିବା କଷ୍ଟସାଧ୍ୟ ହେବ ।

କାରଣ ବାଂଲାଦେଶ ଯଦି ପରବର୍ତି ମ୍ୟାଚରେ ପାକିସ୍ତାନକୁ ପରାଜିତ କରେ, ତେବେ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାଲରେ ଏଂଟ୍ରି କରିିବ । ତେଣୁ ଭାରତ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଚଳିତ ଟି-୨୦ ବିଶ୍ୱକପରେ ଉଭୟ ଦଳ ପ୍ରଥମ ତିନୋଟି ମ୍ୟାଚରୁ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଆଉ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଦୌଡରେ ଅଛନ୍ତି । ବାଂଲାଦେଶ ନେଦରଲାଣ୍ଡ ଓ ଜିମ୍ବାୱେକୁ ପରାସ୍ତ କରିଛି । ନେଦରଲାଣ୍ଡକୁ ବାଂଲାଦେଶ ୯ରନରେ ହରାଇଥିବା ବେଳେ ଜିମ୍ବାୱେକୁ ମାତ୍ର ତିନି ରନରେ ପରାସ୍ତ କରିଛି । ହେଲେ ଦକ୍ଷିଣ ଆଫ୍ରିକା ଠାରୁ ୧୦୪ ରନର ବୃହତ ବ୍ୟବଧାନରେ ପରାଜିତ ହୋଇଛି । ସେହିପରି ଟିମ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଓ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡକୁ ୫୬ ରନରେ ପରାଜିତ କରିଛି । କିନ୍ତୁ ଦକ୍ଷିଣ ଆଫ୍ରିକା ଠାରୁ ଭାରତୀୟ ଦଳ ୫ ୱିକେଟର ପରାସ୍ତ ହୋଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ଟି-୨୦ ମୁକାବିଲାକୁ ଦେଖିଲେ ଭାରତର ପଲଡା ଭାରି ରହିଛି ।

 

Leave A Reply

Your email address will not be published.