ଆଜି ଅଁଳା ନବମୀ

0

ପୁରୀ(ଆମ ଟିଭି): ଆଜି ପବିତ୍ର ଅଁଳା ନବମୀ। ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଏ ସୁଯୋଗକୁ ଭକ୍ତମାନେ ହାତଛଡ଼ା କରିବାକୁ ଚାହିଁନାହାନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ରି ଗୋଟାଏ ସମୟରେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା। ଏହାପରେ ସାଢେ ଗୋଟାଏରେ ମଙ୍ଗଳ ଆଳତି, ସାଢେ ଗୋଟାଏରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା। ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ କରିଥିଲେ। ଏହାପରେ ସକାଳ ୬ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି। ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ। ଏହି ଦର୍ଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପୁଣିଥରେ ସଂଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ।

Leave A Reply

Your email address will not be published.