ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ ଦିଲ୍ଲୀ ବାସି

0

ନୂଆଦିଲ୍ଲୀ: ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ। ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ଏଠାକାର ବାୟୁ। ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି। ଆଖି ଜଳାପୋଡା କରିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପହିଛି। ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି।

ଦିଲ୍ଲୀ ପରିବେଶମନ୍ତ୍ରୀ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି। ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ରାଜଧାନୀ ବାୟୁ ଗୁଣବତା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି। ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲାଣି। ଯଥା ସମ୍ଭବ ଲୋକଙ୍କୁ ଘରେ ରହିବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.