କିଏ ହେବ କଂସ, ବରଗଡ଼ ଧନୁଯାତ୍ରା

0

ବରଗଡ଼ : ପାଖେଇ ଆସିଲାଣି ବରଗଡ଼ ଧନୁଯାତ୍ରା। ଖୋଲା ମଞ୍ଚରେ ପରିବେଷିତ ହେଉଥିବା ଏହି ଯାତ୍ରାରେ ଅଭିନୟ ସୁଯୋଗ ପାଇବା ନିମନ୍ତେ କଳାକାରଙ୍କ ମଧ୍ୟରେ ପରିଲକ୍ଷିତ ହୁଏ ଅହେତୁକ ଆକର୍ଷଣ । ମୁଖ୍ୟତଃ କଂସର ଠାଣି, ହସ ଦେଖିବାକୁ ପ୍ରବଳ ଭିଡ଼ ଜମେ। ତେଣୁ ଏହି ଭୂମିକା ପାଇବାକୁ କଡ଼ାକଡ଼ି ଟକ୍କରର ସମ୍ମୁଖୀନ ହୋଇଥାନ୍ତି କଳାକାର ।

ଗତ ୨ ବର୍ଷ କରୋନା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ରେ ଆରମ୍ଭ ହେବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ଜମେ। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା କମିଟିକୁ ୭୫ ବର୍ଷ ପୂରୁଥିବା ବେଳେ ଆୟୋଜିତ ହେଉଛି ସ୍ୱତନ୍ତ୍ର ଆୟୋଜନ ।

Leave A Reply

Your email address will not be published.