ବିଜୟ ମାଲ୍ୟାଙ୍କ କେସ ଲଢେବେନି ଓକିଲ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ : ଦେଶରୁ ୯୦୦୦ କୋଟି ଟଙ୍କା ଠକି ନେଇ ଇଂଲଣ୍ଡରେ ଆତ୍ମଗୋପନ କରିଥିବା ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାର ପକ୍ରିୟା ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷ ପୂର୍ବରୁ ପ୍ରତ୍ୟର୍ପଣ ପକ୍ରିୟା ଆରମ୍ଭ କରି ଦିଆଯାଇଥିଲା, କିନ୍ତୁ ଏହାପରେ ବି ଏହି ମାମଲା ଝୁଲି ରହିଛି। ଏହା ଭିତରେ ସୁପ୍ରିମକୋର୍ଟରେ ମଧ୍ୟ ବିଜୟ ମାଲ୍ୟାଙ୍କୁ ନେଇ ଏକ ମାମଲାର ଶୁଣାଣି ଚାଲିଛି। ହେଲେ ଏବେ ମାଲ୍ୟାଙ୍କର ଓକିଲ ଏହି କେସ୍ ଲଢିବାକୁ ଚାହୁଁ ନାହାନ୍ତି। ତାଙ୍କ ଓକିଲ କହିଛନ୍ତି, ମାଲ୍ୟଙ୍କର କେଉଁଠି କିଛି ଖୋଜ୍ ଖବର ନାହିଁ, ତାଙ୍କ ସହିତ କଥା ମଧ୍ୟ ହୋଇ ପାରୁନି। ଏଭଳି ପରିସ୍ଥିତିରେ ତାଙ୍କର କେସ୍ ଲଢି ହେବନି।

ଉଲ୍ଲେଖନୀୟ ଯେ, ଏସବିଆଇ ସହିତ ବିଜୟ ମାଲ୍ୟାଙ୍କର କିଛି ବିବାଦ ଚାଲିଛି। ସେହି ମାମଲାରେ ଆଇନଜୀବି ଇସି ଅଗ୍ରଓ୍ବାଲ ତାଙ୍କର ଓକିଲ ଅଛନ୍ତି। ହେଲେ ନିକଟରେ ମାମଲାର ଶୁଣାଣି ବେଳେ ଇସି ଅଗ୍ରଓ୍ବାଲ ମାଲ୍ୟାଙ୍କ କେସ୍ ଲଢିବାକୁ ମନା କରିଦେଇଥିଲେ। ସେ ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠରେ କହିଥିଲେ, ମୁଁ ଯେତିକି ଜାଣିଛି ତା ଅନୁସାରେ ମାଲ୍ୟା ବ୍ରିଟେନ୍‌ରେ ଅଛନ୍ତି। ହେଲେ ସେ ମୋ ସହିତ କୌଣସି ପ୍ରକାର କଥା ହେଉନାହାନ୍ତି। ମୋ ପାଖରେ କେବଳ ତାଙ୍କର ଇମେଲ ଆଡ୍ରେସ ହିଁ ଅଛି। ଏବେ ତାଙ୍କୁ ଆମେ ଟ୍ରେସ୍ କରିପାରୁନଥିବାରୁ, ଏଭଳି ସ୍ଥିତିରେ ତାଙ୍କ କେସ୍ ଲଢିବାକୁ ଚାହୁଁନି।

କୋର୍ଟ ଇସି ଅଗ୍ରଓ୍ବାଲଙ୍କ ଏହି ଅପିଲକୁ ସ୍ବୀକାର କରିଛନ୍ତି। ଏହି ମାମଲାରେ ଆଗାମୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀରେ ହେବ।

Leave A Reply

Your email address will not be published.