ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ସୀମା ବିବାଦ ସମାଧାନ ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । ସର୍ବଦଳୀୟ ବୈଠକ ଡକାଇ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶମୂଳକ କାର୍ୟ୍ୟ ଉପସ୍ଥାପନ କରିବା ପାଇଁ କରିଛନ୍ତି ଅନୁରୋଧ । ଶାନ୍ତିପୂର୍ଣ୍ଣ ଭାବରେ ୨ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ୱେ ଏଥିରେ କୌଣସି ପରିବର୍ତନ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହ ଚିଠିରେ ଉଲ୍ଲେଖ ରହିଛି ବିଗତ କିଛି ଦିନ ମାନଙ୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତୀ ଗାଁର ପ୍ରଶାସନିକ ଅଧିକାରୀ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି ।