ଭାରତ-ଜିମ୍ବାୱେ ଟି-୨୦ ବିଶ୍ୱକପ୍: ଟସ୍ ଜିତି ବ୍ୟାଟିଙ୍ଗ୍ କରୁଛି ଭାରତ

0

ନୂଆଦିଲ୍ଲୀ:(ଆମ ଟିଭି): ଆଜି ମେଲବର୍ଣ୍ଣରେ ଚାଲିଛି ହାଇଭୋଲଟେଜ୍ ଭାରତ ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ‘ଟି୨୦ ବିଶ୍ବକପ୍’ ଟୁର୍ଣ୍ଣାମେଣ୍ଟ୍ରେ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଟସ୍ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆଜି ଡି.କେ.ଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିବେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ‘ୱାର୍ମ-ଅପ୍ ଗେମ୍ସ୍’ ସମେତ ଏହି ଟୁର୍ରେ କୌଣସି ଗୋଟିଏ ହେଲେ ମ୍ୟାଚ୍ରେ ଖେଳି ନାହାନ୍ତି। ଆମେ ତାଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ଦେବାକୁ ଇଚ୍ଛା କରିଛୁ।

ଆଜି ଭାରତୀୟ ଟିମ୍ରେ ଖେଳୁଛନ୍ତି: କେ. ଏଲ୍. ରାହୁଲ୍, ରୋହିତ ଶର୍ମା, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହ। ସେହିପରି, ଜିମ୍ବାୱେ ଟିମ୍ରେ ଖେଳୁଛନ୍ତି, ୱେଜ୍ଲି ମାଧେବେରେ, କ୍ରେଆଗ୍ ଏର୍ଭାଇନ୍, ରିଗିଜ୍ ଚକବୱ, ସିନ୍ ୱିଲିୟମ୍ସ୍, ସିକନ୍ଦର ରାଜା, ଟନି ମୁନ୍ୟୋଙ୍ଗା, ରିୟାନ୍ ବର୍ଲ, ତେଣ୍ଡାଇ ଚାଟରା, ରିଚାର୍ଡ ନାରାଭା, ୱେଲିଙ୍ଗ୍ଟନ୍ ମାସାକାଜା ଓ ବ୍ଲେସିଙ୍ଗ୍ ମୁଜାରାବାନି।

Leave A Reply

Your email address will not be published.