ପ୍ରଦୂଷଣରୁ ଆଶ୍ୱସ୍ତି ଦିଲ୍ଲୀରୁ ଅଟିଲା କଟକଣା

0

ନୂଆଦିଲ୍ଲୀ: ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀର ପ୍ରଦୂଷଣ। ଲଗାତାର ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ତଥାପି ଆଜି ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ କରାଯାଇଛି।

କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ। କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି।

ଦିଲ୍ଲୀରେ ବାୟୁ ମାନ ହ୍ରାସ ଲାଗି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)-୪ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ହୋଇଥିଲା। ଜିଆରଏପି-୪ ବାୟୁର ମାନ ଖରାପ ହେଲେ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଥାନ୍ତି। ତେବେ ବାୟୁ ମାନରେ ସାମାନ୍ୟ ସୁଧାର ପରେ ଜିଆରଏପି-୪କୁ ହଟାଇ ୩୩୯ କରି ଦିଆଯାଇଛି।

ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ କୌଣସି ସ୍କୁଲ ଆଉଟଡୋର ଗତିବିଧି ସଞ୍ଚାଳିତ କରିପାରିବେନି।

Leave A Reply

Your email address will not be published.