ଫାଇନାଲରେ ପହଞ୍ଚିଲ ପାକିସ୍ତାନ

0

ସିଡ୍‌ନୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପହଞ୍ଚିଛି। ବୁଧବାର ସିଡ୍‌ନୀରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବି, ସେ ଫାଇନାଲରେ ପାକିସ୍ତାନ ସହ ଖେଳିବ।

ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଦଳ ପକ୍ଷରୁ ଡାରିଲ୍ ମିଚେଲ ଅପରାଜିତ ରହି ସର୍ବାଧିକ ୫୩ ରନ୍ କରିଥିଲେ। ସେ ୩୫ଟି ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ଅଧିନାୟକ କେନ୍ ୱିଲିୟମସନ୍ ୪୨ଟି ବଲ୍‌ରୁ ୪୬ ରନ୍ କରିଥିଲେ। ତା’ ମଧ୍ୟରେ ମାତ୍ର ଗୋଟିଏ ଚୌକା ଓ ଛକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓପନର ଫିନ୍ ଆଲେନ୍ ୪ ରନ୍ କରିଥିବା ବେଳେ ଡେଭନ କନୱେ ୨୧ (୨୦ ବଲ୍‌) ଓ ଗ୍ଲେନ୍ ଫିଲିପ୍ସ ୬ ରନ୍ କରିଥିଲେ। ଜେମ୍‌ସ ନୀଶାମ ୧୨ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।

Leave A Reply

Your email address will not be published.