ଭାରତ ଆସିବେ ନୀରବ ମୋଦି
ନୂଆଦିଲ୍ଲୀ,୯।୧୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଖୁବ୍ ଶୀଘ୍ର ଭାରତ ଅଣାଯାଇପାରେ। ବ୍ରିଟେନ ହାଇକୋର୍ଟ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି। ସେଠାରୁ ହାଇକୋର୍ଟଙ୍କ ପକ୍ଷରୁ ସେହି ଆବେଦନକୁ ଖାରଜ କରି ଦିଆଯାଇଛି, ଯେଉଁଠି ପ୍ରତ୍ୟର୍ପଣ ରୋକିବାକୁ ଅପିଲ୍ କରାଯାଇଥିଲା। କୋର୍ଟଙ୍କ କହିବା ଅନୁସାରେ, ନୀରବଙ୍କ ପ୍ରତ୍ୟର୍ପଣ କୌଣସି ଦୃଷ୍ଟିରୁ ଅନ୍ୟାୟପୂର୍ଣ୍ଣ କିମ୍ବା ଦମନକାରୀ ନୁହେଁ।
ଭାରତ ଦୀର୍ଘ ଦିନ ଧରି ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଚାହେଁ, କିନ୍ତୁ ବ୍ରିଟେନ୍ ଶରଣରେ ଥିବା ନୀରବ ମୋଦି ସେହି ଆକ୍ସନରୁ ବଞ୍ଚିବା ପାଇଁ ଲଗାତାର ଅଲଗା-ଅଲଗା ତର୍କ ଦେଉଛନ୍ତି। ବ୍ରିଟେନ୍ ହାଇକୋର୍ଟରେ ନୀରବଙ୍କ ଓକିଲ କହିଛନ୍ତି ସେ ଡିପ୍ରେସନ୍ର ଶିକାର ହୋଇଛନ୍ତି ଓ ଭାରତର ଜେଲ୍ରେ ଯେଉଁଭଳି ସ୍ଥିତି, ସେଠାରେ ଆତ୍ମହତ୍ୟା ମଧ୍ୟ କରିପାରନ୍ତି। ଏହି ତର୍କର ଆଧାରରେ ପ୍ରତ୍ୟର୍ପଣର ବିରୋଧ କରାଯାଉଛି, କିନ୍ତୁ ବ୍ରିଟେନ୍ ହାଇକୋର୍ଟ ପୁରା ଶୁଣାଣି ପରେ ନୀରବ ମୋଦିଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି।