ଲାଲୁଙ୍କୁ କିଡ଼ନୀ ଦେବେ ତାଙ୍କ ଝିଅ

0

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ। ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡ୍‌ନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ ତାଙ୍କୁ ନୂଆ ଜୀବନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଙ୍ଗାପୁରରେ ରହୁଥିବା ଝିଅ ରୋହଣୀ। ସେ ଲାଲୁ ପ୍ରସାଦଙ୍କୁ ତାଙ୍କର ଗୋଟିଏ କିଡ୍‌ନୀ ଦାନ କରିବେ। ଏହା ଲାଲୁଙ୍କୁ ଦୀର୍ଘାୟୁ କରିବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ମାସରେ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁ ସିଙ୍ଗାପୁର ଯାଇଥିଲେ। ଏହି ସମୟରେ ସେଠାକାର ଡାକ୍ତର ତାଙ୍କୁ କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। କିଡ୍‌ନୀ ପ୍ରତିରୋପଣ ହୋଇପାରିଲେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି ଡାକ୍ତରମାନେ କହିଛନ୍ତି।

Leave A Reply

Your email address will not be published.