ହିନ୍ଦୁସ୍ତାନ କରିଡର୍ ଦ୍ୱାରା ଓଡିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ କାର୍ୟ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ୱର (ଆମ ଟିଭି): ଷ୍ଟାର୍ଟଅପ୍ କମ୍ପାନୀ ମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନ ମାନଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ହିନ୍ଦୁସ୍ତାନ କରିଡର୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଓଡିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୨ କାର୍ୟ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ୟ୍ୟକ୍ରମରେ ମୁଜିବୁଲ୍ଲା ଖାନ୍ (ମାନ୍ୟବର ସାଂସଦ, ରାଜ୍ୟ ସଭା), ଡ. ଉମେଶ ଚନ୍ଦ୍ର ଜେନା (ଅତିରିକ୍ତ ସଚିବ, ଷ୍ଟିଲ୍ ଏବଂ ଖଣି ବିଭାଗ), ପ୍ରିୟଦର୍ଶୀ ମିଶ୍ର (ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ) ଏବଂ ଟିଟନ୍ ସାହୁ (ଲୋରିଅଲ୍ ଇଷ୍ଟେଟ୍ ଭେଣଚର୍ ର ପ୍ରତିଷ୍ଠାତା) ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ହିନ୍ଦୁସ୍ତାନ କରିଡର୍ ର ପ୍ରତିଷ୍ଠାତା ଜଗନ୍ନାଥ ପ୍ରସାଦ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥିମାନେ ହିନ୍ଦୁସ୍ତାନ କରିଡର୍ ର କାର୍ୟ୍ୟକୁ ପ୍ରଶଂସା କରିଥିଲେ। ମଞ୍ଚସଭା ପରେ ୨୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଓଡିଶା କର୍ପୋରେଟ୍ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ହେଲେ, ମାଧବନ୍ ସୋମା ବାଲନ୍, ସାବିତ୍ରୀ ପାଣିଗ୍ରାହି, ବିବେକ୍ ରାଠି, ସ୍ମୃତି ସ୍ୱେତା ଦାସ, ଏସ.କେ ଚାଟାର୍ଜୀ, ମୁରଲୀ କୃଷ୍ଣ ପଟ୍ଟନାୟକ, ଆଶିଷ୍ ପାଣ୍ଡେ, ଡ. ରୋଜାଲିନ୍ ପାଟସାନି ମିଶ୍ର, ରାଜେଶ ରୟ ଚୌଧୁରୀ, ନମ୍ରିତା ଚହଲ, ବିଶ୍ୱଜିତ ତ୍ରିପାଠୀ, ଡ. ରୋଜାଲିନ୍ ପରିଡା, ସାଇକ୍ରିଷ୍ଣା ମହାନ୍ତି, ପ୍ରଭୁପାଦ ମିଶ୍ର, ନିକିତା ବଳିଆରସିଂହ, ନିଶିତା ବାଳିଆରସିଂହ, ଗୌରବ ରାଲହାନ୍ ଏବଂ ସୁଭୋଜିତ୍ ପଣ୍ଡା

ସହ କିଛି ସଫଳ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଯଥା ଲୋରିଅଲ୍ ଇଷ୍ଟେଟ୍ ଭେଣଚର୍, ଏକରାଇଜ୍ ବାଇ ମାଇସ୍ପେସ୍, ଏମ୍.ଜି.ଏମ୍ ଗୃପ୍, ଇଫକୋ, ଫାଲକନ୍ ରିଏଲ୍ ଇଷ୍ଟେଟ୍, ଓ.ଏଚ୍.ପି.ସି, ଓ.ପି.ଟି.ସି.ଏଲ୍, ଏସ୍.ଏନ୍.ଏମ୍ ଗୃପ୍, ଓଡିସି କନସ୍ଟରକସନ ପ୍ରା.ଲି, ମେଗା ବିଲଡର୍ସ, ଜିନ୍ଦଲ ଷ୍ଟିଲ ଏବଂ ପାୱାର,
କାଞେନ୍ ୱାଟର, ଆପୋଲୋ ହସ୍ପିଟାଲ୍ ଭୁବନେଶ୍ୱର, କିଟ୍ ବିଶ୍ୱବିଦ୍ୟାଳୟ, ଏଲ୍.ଆଇ.ସି ଏବଂ ହୋମଫିଲ୍ସ। ସୁନାମଧନ୍ୟ ନୃତ୍ୟଶିଳ୍ପୀ ଅଭିଶ୍ରୀଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ନୃତ୍ୟ ପ୍ରଦର୍ଶନ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ କଳା ପ୍ରଦର୍ଶନୀ ଏହି କାର୍ୟ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା । ସୁଭୋଜିତ୍ ପଣ୍ଡା ଏବଂ ଅର୍ପିତା ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.