ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଅସୁଛି, ଉପନିର୍ବାଚନ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । କିଏ ହେବ ବିଜେଡିର ପ୍ରାର୍ଥୀ ସେ ନେଇ ଅଙ୍କକଷା ଜାରି ରହିଛି । ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ବଡଝିଅ । ଏସବୁ ଭିତରେ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁରର ବିଂଝାଲ ସମାଜ । ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ତିଳୋତମା ବରିହାଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ନବୀନଙ୍କୁ ଅନୁରୋଧ କରିଛନ୍ତି ।
ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି, ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ ଦେବାକୁ ନୂଆ ରଣନୀତି କରିଛି । ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ବଡଝିଅ । ସେହିପରି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପତ୍ନୀ ତିଳୋତ୍ତମା ବରିହା, ପୁତୁରା ବୋହୁ ମାଧବୀ ସିଂ ବରିହାଙ୍କ ନାଁ ମଧ୍ୟ ପ୍ରାର୍ଥୀ ଦୌଡରେ ରହିଛି ।