ଡେରାଡୁନ (ଆମ ଟିଭି): ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମ ରାଜ୍ୟରେ କମିଶନ ବିନା କୌଣସି କାମ ହୁଏନି। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଆମେ କମିଶନଶୂନ୍ୟ ହେବୁ ବୋଲି ଭାବିଥିଲୁ, କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ମୁଁ ଏକଦା ମୁଖ୍ୟମନ୍ତ୍ରୀ ଥିଲି, ,ଏବେ ରାଜ୍ୟରେ ଆମ ସରକାର ଶାସନ ଗାଦି ସମ୍ଭାଳିଛି। ତଥାପି ମୁଁ ଏହା କହିବାକୁ ବାଧ୍ୟ ହେଉଛି ଯେ ଉତ୍ତରାଖଣ୍ଡରେ ବିନା କମିଶନରେ କୌଣସି କାମ ହୋଇପାରେନି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ଏହି ନୂଆ ଭିଡିଓ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏହି ଭିଡିଓରେ ତିରଥ ସିଂ ରାୱତଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଏକ ରୁମ୍ରେ ବସିଥିବା ବେଳେ ସେମାନଙ୍କ ବାର୍ତ୍ତାଳପର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ରାୱତ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ହୋଇସାରିଛି ଏବଂ ବୋଧହୁଏ ମୁଁ ଏହା କହିବା ଉଚିତ୍ ନୁହେଁ । କିନ୍ତୁ ମୋର ସତ କହିବାକୁ କୌଣସି ଦ୍ୱିଧା ନାହିଁ ଯେ ଯେତେବେଳେ ଆମେ ଉତ୍ତରପ୍ରଦେଶରୁ ଅଲଗା ହୋଇଥିଲୁ, ସେଠାରେ କାର୍ୟ୍ୟ କରିବାକୁ ୨୦% କମିଶନ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ ମଧ୍ୟ ସେହି କମିଶନି କାରବାର ପ୍ରଚଳିତ ଅଛି। ଉତ୍ତରାଖଣ୍ଡ ୨୦୦୦ ମସିହା ନଭେମ୍ବର ୯ ତାରିଖରେ ଉତ୍ତରପ୍ରଦେଶରୁ ଅଲଗା ହୋଇଥିଲା। ସେତେବେଳେ ଉତ୍ତରପ୍ରଦେଶରେ କମିଶନ ପ୍ରଥା ଜୋରସୋରରେ ପ୍ରଚଳିତ ଥିବାରୁ ଉତ୍ତରାଖଣ୍ଡରେ ଏକ ନୂଆ ପ୍ରଥା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଥିଲୁ ବୋଲି କହିଛନ୍ତି ରାୱତ ।