କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦି, କହିଲେ ଯାତ୍ରା ଦ୍ଵାରା କ୍ଷମତା ନେବାକୁ ଚେଷ୍ଟା କରୁଛି କଂଗ୍ରେସ
ଅହମ୍ମଦାବାଦ: ଗୁଜରାଟ ନିର୍ବାଚନୀ ପ୍ରଚାର ଅଭିଯାନରା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡ଼ୋ ଯାତ୍ରାକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଯେଉଁମାନେ କ୍ଷମତାରୁ ବିଦା ହୋଇଛନ୍ତି, ସେମାନେ ଏହି ଯାତ୍ରା କରି ପୁଣି ଥରେ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି।
ଗୁଜରାଟର ସୁରେନ୍ଦ୍ରନଗର ସହରରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଏହି ରାଜ୍ୟର ଲୁଣ ଖାଇ ଗୁଜରାଟ ସହ ଦୁର୍ବ୍ୟବହାର କରୁଛନ୍ତି। ଗୁଜରାଟ ଦେଶର ୮୦ ପ୍ରତିଶତ ଲୁଣ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁମାନେ ଦୀର୍ଘ ସମୟ ଧରି ସିଂହାସନରେ ବସିଥିଲେ ସେମାନେ କ୍ଷମତାକୁ ଫେରିବା ପାଇଁ ଯାତ୍ରା କରୁଛନ୍ତି।ସେମାନେ ଏହା କରିପାରିବେ । କିନ୍ତୁ ୪୦ ବର୍ଷ ଧରି ନର୍ମଦା ଡ୍ୟାମ୍ ପ୍ରକଳ୍ପକୁ ଅଟକାଇଥିବା ଲୋକଙ୍କ ସହିତ ସେମାନେ ବୁଲୁଛନ୍ତି।