ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡ

0

ଭଦ୍ରକ : କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଆସିଛନ୍ତି। ବୁଧବାର ରାତିରେ ଅର୍ଜୁନ ମୁଣ୍ଡା ଭଦ୍ରକରେ ପହଞ୍ଚି ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ। ଆଜି ସକାଳେ ସହରର ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପଢି, ବରିଷ୍ଠ ନେତା ପଞ୍ଚାନନ ରାଉତ, ଡାକ୍ତର ପ୍ରଦୀପ ନାୟକ, ରାଜ୍ୟ ନେତ୍ରୀ ସିପ୍ରା ବାଜପେୟୀ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ଅର୍ଜୁନ ମୁଣ୍ଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଯୋଜନା ଉପରେ ସମୀକ୍ଷା କରିଥିଲେ। ପରେ ସେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ସିମୁଳିଆ ଯାତ୍ରା କରିଛନ୍ତି। ସନ୍ଧ୍ୟାରେ ବିଜେପିର ଏକ କୋର କମିଟି ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.