କମଲ ହସନ୍ ଅସୁସ୍ଥ ମେଡ଼ିକାଲରେ ଭର୍ତ୍ତି

0

ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ ଅଛନ୍ତି । ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। କମଲ ହାସନଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ମାତ୍ରେ ଫ୍ୟାନ୍‌ମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

କମଲ ହାସନ ହାଇଦ୍ରାବାଦରୁ ଚେନ୍ନାଇ ଫେରୁଥିବା ବେଳେ ଜ୍ୱରରେ ପୀଡ଼ିତ ଥିଲେ। ବାଟରେ ଅସହଜ ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଜଣାଯାଇଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ ଡାକ୍ତର କମଲ ହାସନଙ୍କୁ ପରାମର୍ଶ ଦେଇଛନ୍ତି।

କମଲ ହାସନ ଏବେ ରିୟାଲିଟି ଶୋ’ ‘ବିଗ୍‌ ବସ୍‌ ତାମିଲ ସିଜନ ୬’ କୁ ହୋଷ୍ଟ କରୁଛନ୍ତି। ଗତ ୬ ମାସ ହେଲା ସେ ଏହାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ରିୟାଲିଟି ଶୋ’ ଖୁବ୍‌ ପପୁଲାର ହେଉଥିବା ବେଳେ ହିଟ୍‌ ସାବ୍ୟସ୍ତ ହୋଇଛି। ଏବେ କମଲ ହାସନ ‘Indian 2’ ଫିଲ୍ମର ଶୁଟିଂରେ ମଧ୍ୟ ବ୍ୟସ୍ତ ଥିବା ବେଳେ ଆଗକୁ ମଣିରତ୍ନମଙ୍କ ଫିଲ୍ମ ‘ KH 234’ ରେ କାମ କରିବେ ବୋଲି ଜଣାଯାଇଛି।

Leave A Reply

Your email address will not be published.