ଭାରତ ଯୋଡ଼ୋ ଯାତ୍ରାରେ ଯୋଡି ହେଲେ ପ୍ରୟଙ୍କା

0

ବୋର୍‌ଗାଓଁ: ଆଜି ସକାଳେ ‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟପ୍ରଦେଶ ଦେଇ ଯାଉଥିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ପୁଅ ରେହାନ୍‌ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋ‌ଗ ଦେଇଛନ୍ତି।ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକ ଦାୟିତ୍ବରେ ଥିବା ପ୍ରିୟାଙ୍କା ପ୍ରଥମ ଥର ପାଇଁ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଛନ୍ତି।

ପାଖକୁ ପାଖ ହୋଇ ପ୍ରିୟଙ୍କା ଓ ରାହୁଲ୍‌ ଚାଲୁଥିବାର ଫଟୋଟିଏ ସେୟାର୍‌ କରି କଂଗ୍ରେସ ଲେଖିଛି: ଆମେ ଏକତ୍ର ଚାଲିଲେ ପଦକ୍ଷେପ ଆହୁରି ସୁଦୃଢ଼ ହେବ। ଆଜି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଧ୍ୟ ଯାତ୍ରାରେ ଯୋଗ ଦେଇଛନ୍ତି।ବୁଧବାର ଦିନ ମଧ୍ୟପ୍ରଦେଶରେ ପ୍ରବେଶ କରିଥିବା ଏହି ଯାତ୍ରା ୩୮୦ କିଲୋମିଟର୍‌ ଅତିକ୍ରମ କରି ରାଜସ୍ଥାନରେ ପହଞ୍ଚିବ। ଆଜି ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲା ଅନ୍ତର୍ଗତ ବୋରଗାଓଁରୁ ରାହୁଲ୍‌ ଗାନ୍ଧୀ ଦ୍ବିତୀୟ ଦିନର ପଦଯାତ୍ରା ଆରମ୍ଭ କରିଛନ୍ତି।

ରାହୁଲ୍‌ ଓ ପ୍ରିୟଙ୍କାଙ୍କୁ ସମର୍ଥନ ଦେଇ ଅନେକ କଂଗ୍ରେସ କର୍ମୀ ସ୍ଲୋଗାନ୍‌ ଦେବା ସହିତ ସେମାନଙ୍କ ନିକଟତର ହେବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ବାଧା ଦେବାକୁ ଉଦ୍ୟମ କରିଥିଲା। ରାହୁଲ୍‌ ଗାନ୍ଧୀଙ୍କ ସୁରକ୍ଷା ନିମନ୍ତେ ପୁଲିସ ରାସ୍ତାର ଉଭୟ ପାର୍ଶ୍ବରେ ଦଉଡ଼ି ଟାଣି ଧରିଥିଲା।

ଗତକାଲି ପଦଯାତ୍ରା ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ପ୍ରବେଶ କରିବା ବେଳେ ବହୁସଂଖ୍ୟକ କଂଗ୍ରେସ ସମର୍ଥକ ହାତରେ ତ୍ରିରଙ୍ଗ ପତାକା ଧରି ବୋଦ୍ରାଲି ଗାଁରେ ପହଞ୍ଚିଥିଲେ।

Leave A Reply

Your email address will not be published.