ପରଲୋକରେ କେ ମୂରଲୀଧର
ନୂଆଦିଲ୍ଲୀ : ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ୍ ପ୍ରଡ୍ୟୁସର୍ କେ ମୁରଲିଧରନଙ୍କ ହୃଦଘାତ ହେତୁ ଦେହାନ୍ତ ହୋଇଛି। ତାମିଲନାଡୁର କୁମ୍ଭକୋଣମରେ ଥିବା ତାଙ୍କ ହୋମଟାଉନରେ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୂରଲୀଧରନ୍ ପୂର୍ବତନ ତାମିଲ ପ୍ରଡ୍ୟୁସର୍ସ କାଉଁସିଲର ସଭାପତି ଥିଲେ। ତାଙ୍କ ସହଯୋଗୀ ସ୍ୱର୍ଗତ ଭି ସ୍ୱାମୀନାଥନ ଏବଂ ଜି ବେଣୁଗୋପାଲଙ୍କ ମିଳିତ ସହଯୋଗରେ ସେ ପ୍ରଡକ୍ସନ୍ ହାଉସ୍ ଲକ୍ଷ୍ମୀ ମୁଭି ମେକର୍ସ ଆରମ୍ଭ କରିଥିଲେ। ଯାହା ମାଧ୍ୟମରେ ସେ ଅମ୍ବେ ଶିବମ୍, ପୁଧୁପେଟ୍ଟଇ ଏବଂ ବାଗବତୀ ଭଳି ଅନେକ ହିଟ୍ ଫିଲ୍ମ କରିଥିଲେ।
ସାଉଥ୍ ସୁପରଷ୍ଟାର କମଲ ହାସନ ସୋସିଆଲ ମିଡିଆରେ କେ ମୁରଲୀଧରନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ତାମିଲରେ ଏକ ଟ୍ୱିଟରେ ଲେଖିଛନ୍ତି, “ଲକ୍ଷ୍ମୀ ମୁଭି ମେକର୍ସର ପ୍ରଡ୍ୟୁସର୍ କେ ମୁରଲିଧରନ୍ ଯିଏ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ସେ ଆଉ ନାହାଁନ୍ତି। ଡିୟର ଶିବା, ମୋର ସେହି ଦିନ ମନେ ଅଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି।”
ଲକ୍ଷ୍ମୀ ମୁଭି ମେକର୍ସ ତାମିଲ ସିନେମାର କିଛି ବଡ ତାରକାଙ୍କ ସହିତ ବ୍ୟବସାୟିକ ସଫଳ ଫିଲ୍ମ ଦେଇଛନ୍ତି। କେ ମୁରଲୀଧରନ୍, କମଲ ହାସନ (ଅମ୍ବେ ଶିବମ୍), ବିଜୟକାନ୍ତ (ଉଲାଭଥୁରାଇ), କାର୍ତ୍ତିକ (ଗୋକୁଲଥିଲ ସିଥାଇ), ଅଜିତ (ଉନ୍ନଇ ଥେଡି), ବିଜୟ (ପ୍ରିୟମୁଦାନ), ଧନୁଷ (ପୁଧୁପେଟ୍ଟଇ) ଏବଂ ସିମ୍ବୁ ଭଳି ଏ-ଲିଷ୍ଟର୍ସଙ୍କ ସହ କାର୍ଯ୍ୟ କରିଥିଲେ। ନିର୍ମାତାଙ୍କ ଶେଷ ଫିଲ୍ମ ଥିଲା ‘ବଲ୍ଲବନ’ ଯେଉଁଥିରେ ଜୟମ ରବି, ତୃଶା ଏବଂ ଅଞ୍ଜଳି ଅଭିନୟ କରିଥିଲେ। ଏହା ୨୦୧୫ ରେ ରିଲିଜ୍ ହୋଇଥିଲା।