ଇଡିରେ କାହିଁକି ହାଜର ହେଉନାହିଁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ବାରମ୍ବାର ସମନ କରୁଥିଲେ ମଧ୍ୟ ଆଉ ହାଜର ହେଉନାହାନ୍ତି। ଇଡିର ବାରମ୍ବାର ସମନ୍ ସତ୍ତ୍ୱେ ଯଦି ସେ ହାଜର ନ ହୁଅନ୍ତି,ତେବେ ଖୁବ ଶୀଘ୍ର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିବାର ସମ୍ଭାବନା ରହୁଛି।ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶ୍ରଦ୍ଧାଞ୍ଜଳି ବେହେରା ବର୍ତ୍ତମାନ ଫେରାର ହୋଇଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟର ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

ଏଣେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ସେ ଦ୍ବିତୀୟ ଥର ଲାଗି ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।ଇଡିରେ ହାଜର ହେବା ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, କୌଣସି ଆର୍ଥିକ କାରବାର କରି ନାହାନ୍ତି। ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ। ହେଲେ ତାଙ୍କ ସହ ସେ କୌଣସି ଅର୍ଥନୈତିକ କାରବାର କରି ନାହାନ୍ତି। ଯେହେତୁ ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ ସେଥିପାଇଁ ଇଡି ଡାକିଛି। ଆଜି ଜମି ମାଲିକ ପ୍ରଭାତରଞ୍ଜନ ପତିଙ୍କୁ ମଧ୍ୟ ଇଡିରେ ପୁଣି ହାଜର ପାଇଁ ସମନ କରାଯାଇଛି। ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁ ଆସନ୍ତା ୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟରେ ହାଜର ପରେ ଉଭୟଙ୍କୁ ରିମାଣ୍ଡରେ ଆଣି ଇଡି ପଚରାଉଚରା କରିବ।

Leave A Reply

Your email address will not be published.