ସିମଲା ଆନ୍ତର୍ଜାତିୟ ଚଳଚିତ୍ର ମହୋତ୍ସବ ରେ ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’।
ରିତୁପ୍ରିୟାପ୍ରଡକ୍ସନ୍ସ ର ଏକ ବଡ ବଜେଟ ର ଚଳଚିତ୍ର “ଡାଲଚିନି”। ଅତିଶ କୁମାର ରାଉତ ଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ର ଟି ସିମଲା ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ପ୍ରଦର୍ଶିତ ହୋଈଛି। ଦେଶ ବିଦେଶ ରୁ ଆସିଥିବା ବହୁ ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ରଓଡ଼ିଆ ପୂର୍ଣ୍ଣାଙ୍ଗ ଚଳଚିତ୍ର ସ୍ଥାନ ପାଇଛି। ମହୋତ୍ସବ ରେ ପ୍ରଯୋଜକ ଅତିଶ କୁମାର ରାଉତ, ଓ କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ନିର୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ ଉପସ୍ଥିତ ରହି ସଂମାନିତ ହୋଇଥିଲେ।
ପ୍ରଯୋଜକ ଅତିଶ କୁମାର ରାଉତ ଦୀର୍ଘ ଦିନ ପରେ ଏକ ବଡ ବଜେଟ ର ଚଳଚିତ୍ର ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ର ଟି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ରେ ବୁଲିବା ର ଉପଭୋଗ କୁ ନେଇ କାହାଣୀ । ଶିଶିର ସାହୁ ଓ ପିନାକୀ ସିଂ ଙ୍କ ପ୍ରଥମ ନିର୍ଦେଶନା ର ପୂର୍ଣ୍ଣାଙ୍ଗ ଚଳଚିତ୍ର। କାହାଣୀ ଓ ସଂଳାପ ମଧ୍ୟ ଜିତେନ୍ଦ୍ରିୟ ପ୍ରଧାନ ଙ୍କ ପ୍ରଥମ ଚଳଚିତ୍ର।ଭାରତର ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ଜେରୀ ସିଲବଭେଷ୍ଟର ଭିନସେନଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁପ୍ରିୟା ରାଉତ ଙ୍କ ସହ ପ୍ରଯୋଜନା ରେ ନାୟକ ପାର୍ଥସରଥୀ ରାୟ ଓ ନାୟିକା ସୂର୍ଯ୍ୟମୟୀ ଙ୍କୁ ନେଇ ଚଳଚ୍ଚିତ୍ର ଟି ନିର୍ମାଣ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ ର ଅଭିଜ୍ଞ ଓ ଅନୁଭବି କୁଶଳୀ technician ଙ୍କ ଦ୍ଵାରା ଚଳଚ୍ଚିତ୍ର ଟି ନିର୍ମିତ। ଯଦି ଓ ଯୁବ ପିଢିଙ୍କୁ ନଜର ରେ ରଖି ଚଳଚିତ୍ର ଟି ନିର୍ମାଣ କରାଯାଇଛି ସବୁ ପିଢ଼ି ର ଦର୍ଶକଙ୍କୁ ନିଶ୍ଚୟ ମନକୁ ଛୁଇଁବ ବୋଲି ଯୁବ ନିର୍ଦେଶକ ଶିଶିର ଓ ପିନାକୀ କୁହନ୍ତି।ଓ ଏହା ଏଜ ଓଡ଼ିଶାର ମାଇଲ ଖୁଣ୍ଟ ଚଳଚ୍ଚିତ୍ର ହୋଇ ରହିବ ବୋଲି ମଧ୍ୟ କୁହନ୍ତି। ପ୍ରଯୋଜକ ଅତିଶ କୁମାର ରାଉତ ଙ୍କୁ ବିଭିନ୍ନ ମହଲରୁ ପ୍ରସଂସା ମିଳୁଛି।