ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରା ପରେ ଆରମ୍ଭ ହେବ ମହିଳା ଯୋଡ଼ୋ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ‘ଭାରତ ଯୋଡୋ’ ଅଭିଯାନରେ ଲୋକଙ୍କ ସମର୍ଥନ ବଢୁଥିବା ଦେଖିବାକୁ ମିଳିବା ପରେ ଏବେ ଆଉ ଏକ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସକୁ ପୁଣିଥରେ ଉଭାରୀବାକୁ ପ୍ରିୟଙ୍କା ଅରମ୍ଭ କରିବେ ‘ମହିଳା ଯୋଡୋ ଯାତ୍ରା’ । କଂଗ୍ରେସ ପାର୍ଟି ତରଫରୁ ଏହି ସୂଚନା ଦିଆଯାଇଥିବା ଜଣାପଡିଛି । ଏହା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ଯାଏଁ ଚାଲିବ ।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଚଳାଇଛନ୍ତି ‘ଭାରତ ଯୋଡୋ’ ଅଭିଯାନ । ଏଥିରେ ଦିନକୁ ଦିନ ଲୋକଙ୍କ ସମର୍ଥନ ଦେଖିବାକୁ ମିଳୁଛି । ଏହାକୁ ଲକ୍ଷ୍ୟ କରି ପ୍ରିୟଙ୍କା ଗାନ୍ଧୀ ମହିଳାଙ୍କୁ କଂଗ୍ରେସ ସମର୍ଥନରେ ଆଣିବାକୁ ଖୁବଶୀଘ୍ର ଆରମ୍ଭ କରିବେ ‘ମହିଳା ଯୋଡୋ ଯାତ୍ରା’ । ଏଥିପାଇଁ ପ୍ରିୟଙ୍କାଙ୍କ ନେତୃତ୍ୱରେ ପ୍ରତି ରାଜ୍ୟରେ ବିଶିଷ୍ଠ କଂଗ୍ରେସ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ଏବଂ କେନ୍ଦ୍ରରେ ଏହାର ମୋର୍ଚ୍ଚା ସମ୍ଭାଳିବେ ଖୋଦ୍ ପ୍ରିୟଙ୍କା ।