ଜିତିଲେ ଜୟରାମ ଠାକୁର

0

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପଛରେ ଥିଲେ ମଧ୍ୟ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର। ସେ ସେରାଜ ଆସନରୁ ନିର୍ବାଚନ ଲଢ଼ୁଥିଲେ। ଏଠାରେ ସେ ୨୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେରାଜରେ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଚେତ ରାମ ଠାକୁର ଓ ଆପ୍‌ ଆଇନଜୀବୀ ଗୀତା ନନ୍ଦ ଥାଲୁରଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଜୟରାମ ଠାକୁରଙ୍କ ଦବଦବା ଆଗରେ ସମସ୍ତେ ଫିକା ପଡ଼ି ଯାଇଛନ୍ତି। ଅବଶ୍ୟ ଭୋଟ ଗଣତି ଆରମ୍ଭରୁ ଜୟରାମ ଠାକୁର ସାମାନ୍ୟ ପଛରେ ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଲିଡ୍‌ କରିବା ସହ ଏବେ ୨୨ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି।

ସେହିପରି ବିଜେପିର ରାକେଶ ଜାମୱାଲ ମଧ୍ୟ ସୁନ୍ଦେରନଗର ଆସନରୁ ଜିତିଛନ୍ତି। ସେ କଂଗ୍ରେସ ଓ ଆପ୍‌ ପ୍ରାର୍ଥୀଙ୍କୁ ମାତ ଦେଇ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ବିଧାନସଭାର ଓଭରଅଲ ଚିତ୍ର ଦେଖିଲେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନରୁ କଂଗ୍ରେସ ୩୯ଟି ଆସନରେ ଲିଡ୍‌ କରୁଥିବା ବେଳେ କ୍ଷମତାସୀନ ବିଜେପି ୨ଟିରେ ଜିତିଛି ଓ ୨୪ଟି ଆସନରେ ଆଗରେ ରହିଛି। ଏଠାରେ ଆପ୍‌ ଏଯାଏ ଖାତା ଖୋଲିବାକୁ ସକ୍ଷମ ହୋଇନି।

Leave A Reply

Your email address will not be published.