ସମଲିଙ୍ଗୀ ବିବାହକୁ ଆମେରିକା ସରକାର ଦେଲେ ମଞ୍ଜୁରୀ

0

ୱାସିଂଟନ୍ (ଆମ ଟିଭି): ସମଲିଙ୍ଗୀ ବିବାହକୁ ନେଇ ଆମେରିକାରେ ନୂଆ ନିୟମ । ଆମେରିକା ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆମେରିକାର ତଳ ସଂସଦରେ ସମଲିଙ୍ଗୀ ବିବାହ ଓ ଅନ୍ତରଜାତୀୟ ବିବାହକୁ ମଞ୍ଜୁରୀ ମିଳିଛି । ଏହା ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି କୁହାଯାଇଛି ।

ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ବିଧେୟକକୁ ହାଉସରେ ୧୫୮-୧୬୯ ଭୋଟରେ ପାରିତ କରାଯାଇଛି । ଏହି ବିଧେୟକ ସମର୍ଥନରେ ରିପବ୍ଲିକାନ ପାର୍ଟିର ୩୯ ଜଣ ସାଂସଦ ଭୋଟ ଦେଇଥିବା ଜଣାପଡିଛି । ଗତ ସପ୍ତାହାରେ ଆମେରିକା ସଂସଦରେ ଏହି ବିଧେୟକକୁ ପାରିତ କରାଯାଇଥିଲା । ବିଧେୟକଙ୍କ ସମର୍ଥନରେ ୬୧ ଜଣ ଭୋଟ ଦେଇଥିବା ବେଳେ ଏହା ବିରୋଧରେ ୩୬ ଜଣ ଭୋଟ ଦେଇଥିଲେ ।

Leave A Reply

Your email address will not be published.