ଅତି ଭୀଷଣ ରୂପ ନେଇ ପରେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ବାତ୍ୟା

0

ଚେନ୍ନାଇ: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୋସ୍ କ୍ରମଶଃ ଅଧିକ ଘନିଭୂତ ହୋଇ ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରେ। ବର୍ତ୍ତମାନ ଏହି ସିଷ୍ଟମଟି ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ ଗତି କରିବ। ବାତ୍ୟା ପାଇଁ ଆନ୍ଧ୍ର , ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି।

ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ସେନା ସତର୍କ ଅଛନ୍ତି। ବାତ୍ୟା ପାଇଁ ପୁଡ଼ୁଚେରୀରେ ଶୁକ୍ରବାର ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଆଜି ରାତି ୯ଟା ମଧ୍ୟରେ ଏହା ଅତିକ୍ରମ କରିବ।

Leave A Reply

Your email address will not be published.