ନିର୍ବାଚନରେ ବିଜୟ ହେଲେ ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ
ଜାମନଗର: ଗୁଜରାଟ ବିଧାନସଭା ନିର୍ବାଚନ-୨୦୨୨ର ଫଳାଫଳ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି। ୨୭ବର୍ଷ ହେବ ଗୁଜୁରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନରେ ଭଲ ପ୍ରଦର୍ଶନ କରି ୧୮୨ରୁ ୧୫୬ ଆସନରେ ବିଜୟୀ ହୋଇଛି। ଏହି ଫଳାଫଳ ପରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ବିଜେପି ଗୁଜୁରାଟରେ ତାର ପସରା ମେଲାଇବ ବୋଲି କୁହାଯାଉଛି। ଦେଖିବାକୁ ଗଲେ ବିଜେପି ଗୁଗୁରାଟରେ ପ୍ରଥମ ଥର ୧୫୦ରୁ ଅଧିକ ସିଟ ହାସଲ କରିଛି, ଯାହାକି ଦଳ ପାଇଁ ଗୌରବର କଥା।
ଗୁଜୁରାଟ ବିଧାନ ସଭାରେ ଅନେକ ବଡ଼ ଚେହେରାଙ୍କୁ ସଫଳତା ମିଳିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଖେଳାଳି ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିବାବା ଜାଦେଜାଙ୍କ ନାମ ବି ସାମିଲ ଥିଲା। ସେ ଭାରତୀୟ ଜନତା ପାର୍ଟିର ଜାମନଗର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ।
ରାଜନୀତିରେ କୌଣସି ଅଭିଜ୍ଞତା ନଥାଇ ବି ସେ ଆପ୍ ପ୍ରାର୍ଥୀ କରଶନଭାଇ କରମୁରଙ୍କୁ ହରାଇଛନ୍ତି। ପ୍ରାୟ ୫୦,୦୦୦ଭୋଟ ବ୍ୟବଧାନରେ ରିବାବା ବିଜୟୀ ହୋଇଥିବା ଜଣାପଡ଼ିଛି। ପତ୍ନୀ ବିଜୟୀ ହେବାପରେ ରବୀନ୍ଦ୍ର ଜାଦେଜା ଏକ ଟୁଇଟ କରି ରିବାବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ଜାମନଗର ଜନତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।