ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

0

ଗାନ୍ଧିନଗର: ଗୁଜରାଟରେ ଐତିହାସିକ ବିଜୟ ପରେ ଦୁଇଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ବିଜେପି ନେତା ଭୂପେନ୍ଦ୍ର ପଟେଲ। ତାଙ୍କୁ ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଭୂପେନ୍ଦ୍ର ପଟେଲ ଗତବର୍ଷ ସେପ୍ଟେମ୍ବର ମାସରେ ବିଜୟ ରୂପାନୀଙ୍କ ସ୍ଥାନରେ ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ ପଦ ବିଜେପି ପକ୍ଷରୁ ହାତେଇ ଥିଲେ। ତାଙ୍କ ନେତୃତ୍ୱରେ ଏଥର ବିଜେପି ନିର୍ବାଚନ ଲଢ଼ିବା ସହ ରେକର୍ଡ ୧୫୬ ଆସନ ଦଖଲ କରିଥିଲା। ତେଣୁ ବିଜେପି ହାଇକମାଣ୍ଡ ତାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି।

ଆଜି ଗାନ୍ଧିନଗରରେ ଆୟୋଜିତ ଭବ୍ୟ ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସେହିପରି ଅନେକ କେନ୍ଦ୍ରମନ୍ତ୍ରୀ ଓ ୨୦୦ ଜଣ ସାଧୁ ଶ୍ରୀ ପଟେଲଙ୍କ ଶପଥ ଉତ୍ସବରେ ଯୋଗଦେଇଛନ୍ତି। ରାଜ୍ୟରେ ରହୁଥିବା ଏହି ୨୦୦ ସାଧୁଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ପକ୍ଷରୁ ଶପଥପାଠ କାର୍ଯ୍ୟକ୍ରମକୁ ଡକାଯାଇଥିଲା।

Leave A Reply

Your email address will not be published.