ବାପାଙ୍କ ମନ୍ତ୍ରୀ ମଣ୍ଡଳରେ ପୁଅ ହେଲେ ମନ୍ତ୍ରୀ
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ଙ୍କ ଜ୍ୟେଷ୍ଠପୁତ୍ର ଉଦୟନିଧି ଆଜି ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ‘ଡିଏମ୍କେ’ ଯୁବ ଶାଖାର ସଚିବ ଉଦୟନିଧିଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି ତାମିଲନାଡୁର ରାଜ୍ୟପାଳ ଆର୍. ଏନ୍. ରବି।
ବିଶେଷସୂତ୍ରରୁ ପ୍ରକାଶ, ‘ଡିଏମ୍କେ’ର ‘ଉଦୟ ପୁତ୍ର’ ବୋଲି କୁହାଯାଉଥିବା ଉଦୟନିଧିଙ୍କୁ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଦାୟିତ୍ବ ଦିଆଯିବ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ବୋଲି ଗତ କେତେ ମାସ ହେବ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ଏହା ପୂର୍ବରୁ ସେ (ଉଦୟନିଧି) ଦେଇଥିବା କେତେକ ପ୍ରତିଶ୍ରୁତି ପୂରଣ ପାଇଁ ‘ଡିଏମ୍କେ’ ମୁଖ୍ୟ ଅପେକ୍ଷା କରିଥିଲେ।
ଉଦୟନିଧିଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା କଥାକୁ ବିରୋଧି ‘ଏଆଇଏଡିଏମ୍କେ’ ‘ପରିବାର ରାଜନୀତି’ ବୋଲି ବିହିତ କରିଛି।
ଚେପୌକ୍-ତିରୁବଲ୍ଲୀକେନି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଉଦୟନିଧି ଷ୍ଟାଲିନ୍ଙ୍କ ପ୍ରତି ସମଗ୍ର ତାମିଲ୍ନାଡୁ ରାଜ୍ୟରେ ଅତି ନିମ୍ନସ୍ତରରୁ ସମର୍ଥନ ରହିଛି।
ଏହାଛଡ଼ା, କେତେକ ତାମିଲ୍ ସିନେମାରେ ମଧ୍ୟ ଉଦୟନିଧି ନାୟକ ଭୂମିକାରେ ଅଭିନୟ କରିଛନ୍ତି। ଗତବର୍ଷ ସେ ତାମିଲନାଡୁ ନିର୍ବାଚନରେ ଅନ୍ୟତମ ତାରକା ପ୍ରଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।