ଭୁବନେଶ୍ୱର (ଆମ ଟିଭି): ଇଡି କବ୍ଚାରେ ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ଆର୍ଥିକ କାରବାର ଦିଗକୁ ନେଇ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ଅଲଗା ଅଲଗା ଜେରା କରିବା ପରେ ଗୋଟିଏ ରୁମ୍ରେ ଏକାଠି ବସାଇ ଜେରା କରିଥିଲେ ଇଡି ଅଧିକାରୀ । ଇଡିର ଅଧିକାରୀମାନେ ନାଗ-ଚାନ୍ଦ ଦମ୍ପତିଙ୍କୁ ମାରାଥନ ଜେରା କରିଛନ୍ତି ।
ଜେରା ବେଳେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି । ଗତକାଲି ଇଡିରେ ହାଜର ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ ଜଗବନ୍ଧୁ । ଆବଶ୍ୟକ ହେଲେ ଇଡି ଖଗେଶ୍ୱରଙ୍କୁ ବି ରିମାଣ୍ଡରେ ଆଣିପାରେ । ଏପରିକି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଡାକି ଦମ୍ପତିଙ୍କ ସହ ମୁହାଁମୁହିଁ ଜେରା କରିପାରେ ଇଡି ।