ଅଭିନେତ୍ରୀ ବୀଣା କାପୁର ଜୀବିତ
ମୁମ୍ବାଇ: କିଛି ଦିନ ପୂର୍ବେ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରାଯାଇଥିବା ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହି ଖବରରେ ଆସିଛି ଟ୍ୱିଷ୍ଟ। ହେଲେ ଅଭିନେତ୍ରୀ ବୀଣା କପୁର ମରି ନାହାନ୍ତି ବରଂ ଜୀବୀତ ଅଛନ୍ତି। ଏପ୍ରକାର ସଫେଇ ଦେଇଛନ୍ତି ଖୋଦ ବୀଣା କପୁର। ନିଜ ମୃତ୍ୟୁର ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ଅଭିନେତ୍ରୀଜଣକ। ଏପରିକି ସମ୍ପତି ପାଇଁ ବାଣୀ କପୁରଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ୍ ଏହି ବର୍ଷୀୟାନ ଅଭିନେତ୍ରୀ। ଏନେଇ ସେ ଥାନାକୁ ଆସି ନିଜ ଜୀବୀତ ଥିବାର ପ୍ରମାଣ ଜଣାଇଥିବା ବେଳେ ତାଙ୍କ ପୁଅ ବି ମା’ଙ୍କ ପାଖେପାଖେ ଥିଲେ।
କିଛି ଦିନ ପୂର୍ବେ ଜୁହୁ ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ତାଙ୍କ ପୁଅ ହତ୍ୟା କରିଥିବା କୁହାଯାଇଥିଲା। ମୃତା ମହିଳାଙ୍କ ନାମ ବାଣୀ କପୁର ହୋଇଥିବା ବେଳେ ସେ ଅଭିନେତ୍ରୀ ବାଣୀ କପୁର ଓ ତାଙ୍କ ପୁଅ ହିଁ ସମ୍ପତ୍ତି ପାଇଁ ମା’ଙ୍କୁ ମାରିଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟ ଓ ଗୁଜବ ବୋଲି କହିଛନ୍ତି ଅଭିନେତ୍ରୀ ଓ ତାଙ୍କ ପୁଅ ।