ମୋଦିଙ୍କୁ ପ୍ରଶଂସା କଲା ଆମେରିକା

0

ୱାସିଂଟନ୍‌: ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌ ଯୁଦ୍ଧ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛି। ସମସ୍ତ ପ୍ରକାର ହିଂସା ବର୍ଜନ କରି କୂଟନୀତି ଜରିଆରେ ରୁଷ୍‌ ଓ ୟୁକ୍ରେନ୍‌ ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହି ଆସୁଛନ୍ତି।

ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ୍‌ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ବିଶ୍ବାସ କରୁଛୁ। ସେ କଥା ସାକାର ହେଲେ ଆମେ ଗ୍ରହଣ କରିବୁ। ରୁଷ୍‌ ସହିତ ଆଲୋଚନା ପାଇଁ ଅନ୍ୟ ଦେଶମାନେ ନିଜସ୍ବ ନିଷ୍ପତ୍ତି ଗ୍ରହଣ କରିବେ। ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସୁଧାରିବା ନିମନ୍ତେ ଆମେ ମିତ୍ର ରାଷ୍ଟ୍ରମାନଙ୍କୁ ସହଯୋଗ କରିବୁ।

ରୁଷ୍‌-ୟୁକ୍ରେନ୍‌ ସଂଘର୍ଷ ଉପରେ ଭାରତର ଆଭିମୁଖ୍ୟ ଓ ଯୁଦ୍ଧର ଅବସାନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ ସଂକ୍ରାନ୍ତରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ପଟେଲ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Leave A Reply

Your email address will not be published.