ରାହୁଲ ଗାନ୍ଧିଙ୍କୁ କାହିଁକି ସ୍ବାସ୍ଥ୍ୟ ମନ୍ତ୍ରୀ ଲେଖିଲେ ଚିଠି

0

ନୂଆଦିଲ୍ଲୀ: କରୋନା ନିୟମ ମାନ, ନଚେତ ବନ୍ଦ କର ଭାରତ ଯୋଡୋ ଯାତ୍ରା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଏଭଳି କିଛି ଅପିଲ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦାରା ବିଶ୍ୱରେ ପୁଣିଥରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ କରୋନା ନିୟମ ମାନିବାକୁ ରାହୁଲଙ୍କୁ ଚିଠି ଲେଖି ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଚୀନ୍‌ରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବ୍ୟାପୁଥିବାରୁ ଆମ ଦେଶର ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଉକ୍ତ ପତ୍ର ଲେଖିଛନ୍ତି।

ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍ ବ୍ୟବହାର ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ କହିଛନ୍ତି ଯେ, କେବଳ ଟିକା ନେଇଥିବା ଲୋକେ ଯାତ୍ରାରେ ଭାଗ ନେବା ଉଚିତ। କୋଭିଡ୍ ନିୟମ ମାନନ୍ତୁ ନଚେତ ଯାତ୍ରା ବାତିଲ କରନ୍ତୁ। ଯାତ୍ରାରେ ଯୋଡି ହେବା ପୂର୍ବରୁ ଓ ପରେ ଯାତ୍ରୀଙ୍କୁ ଆସୋଲେଟ୍ କରାଯାଉ। ଯଦି ଏଭଳି କରିବା ସମ୍ଭବ ହେଉନାହିଁ ତେବେ ଉକ୍ତ ଯାତ୍ରାକୁ ରଦ୍ଦ କରନ୍ତୁ।

Leave A Reply

Your email address will not be published.