ଆଗରେ ମୋଦିଙ୍କୁ ଚିଠି ଲେଖିବାକୁ କହିଲେ ଅଶୋକ ଗେହଲଟ
ନୂଆଦିଲ୍ଲୀ: କୋଭିଡ୍ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି ଜଣାଇ ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ସାଂସଦ ରାହୁଲ୍ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ୱ ସହ କେବଳ ଟିକା ନେଇଥିବା ଲୋକେ ଯାତ୍ରାରେ ଭାଗ ନେବା ଉଚିତ। ଯାତ୍ରାରେ ଯଦି କୋଭିଡ୍ ନିୟମ ମାନିବା ସମ୍ଭବ ହେଉନାହିଁ, ତେବେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ‘ଭାରତ ଯୋଡ଼ୋ ଯାତ୍ରା’କୁ ବାତିଲ କରନ୍ତୁ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠିକୁ ନେଇ ରାଜନୀତି ଜୋର ଧରିଛି |
କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଚିଠି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିବା ଉଚିତ୍। କଂଗ୍ରେସର ବରିଷ୍ଠ ନେତା ଗେହଲୋଟ୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ରେ ଲେଖିଛନ୍ତି ଯେ, ରାଜସ୍ଥାନର ଭାରତ ଯୋଡା ଯାତ୍ରା ଡିସେମ୍ବର ୨୧ ଦିନ ସକାଳେ ଶେଷ ହୋଇଥିଲା, କିନ୍ତୁ ବିଜେପି ଓ ମୋଦୀ ସରକାର ଏଠାରେ ଏକତ୍ରିତ ହୋଇଥିବା ଭିଡ଼କୁ ଭୟ କରୁଛନ୍ତି