୨୬ରେ ବିଜେଡି-ବିଜେପି ହାଇଡ୍ରାମା

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ କୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ଅସନ୍ତା ୨୬ରେ ରାଜ୍ୟରେ ଦେଖିବାକୁ ମିଳିବ ବିଜେଡି-ବିଜେପି ହାଇଡ୍ରାମା । ଗୋଟେପଟେ ପୁରୀରେ ବିଜେଡି ୨୫ବର୍ଷ ପୂର୍ତ୍ତିର୍ ଉପଲକ୍ଷେ ସିଲଭର ଜୁବଲୀ ପାଳନ କରିବାକୁ ଯାଉଛି । ଆଉ ଅନ୍ୟପଟେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ସଜ ହେଉଛି । ବିଜେଡି ସିଲଭର ଜୁବଲି ପାଳନ ନେଇ ଜୋରସୋରରେ ପ୍ରସ୍ତୁତି ଚଳାଇଥିବାବେଳେ, ସବୁ ମଣ୍ଡଳରେ ସେହିଦିନ ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦେଇଛି ବିଜେପି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି କହିଛନ୍ତି, ୨୩ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ନାରୀ ନିର୍ୟାତନା ବୃଦ୍ଧି ପାଇଛି, ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଛି । ଏସବୁର ପ୍ରତିବାଦରେ ସତ୍ୟାଗ୍ରହ କରିବ ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କଂଗ୍ରେସ କହୁଛି ଦୁଇ ଦଳ ଭିତରେ ରହିଛି ବୁଝାମଣା ।

Leave A Reply

Your email address will not be published.