ଆମେରିକାରେ ହୋଇଥିବା ବରଫ ଝଡରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି

0

ନ୍ୟୁୟର୍କ: ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁ ଆମେରିକାର ନ୍ୟୁୟର୍କରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂରା ଆମେରିକାରେ ଏବେ ସୁଦ୍ଧା ୬୦ ଜଣଙ୍କ ଜୀବନ ଯାଇ ସାରିଲାଣି। ତେବେ ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି।

ସଡ଼କରେ ଅନେକ ଟ୍ରକ୍‌, ବସ୍‌, କାର୍‌ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଥିବା ବେଳେ ଏ ସବୁକୁ ବି ବାହାରକୁ କାଢ଼ିବାକୁ ଉଦ୍ୟମ ଜାରି ରହିଛି। ତଳେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ପଠାଇବାକୁ ପୂରା ଟିମ୍‌ ସଜାଗ ରହିଛି। ଡାକ୍ତରଖାନାକୁ ଯିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପକ୍ଷରୁ ଅଧିକ ଲୋକ ଯାଇ ପାରୁଥିବା ଭଳି ଟ୍ରାକ୍ଟର ନିୟୋଜିତ କରାଯାଇଛି ।

ନ୍ୟୁୟର୍କର ବିଶେଷ କରି ବଫାଲୋରେ ବରଫ ତଳେ ଚପି ରହିଥିବା କାର୍‌ରେ କିଛି ଶରୀର ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ କାର୍‌ ପରେ କାର୍‌ ‌ସର୍ଚ କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏହି ଝଡ଼ ସକାଶେ ୧୫ ହଜାର ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି।

ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । କେତେକ ସ୍ଥାନରେ ପାରା ବିଯୁକ୍ତ ୪୫ ଡିଗ୍ରୀରେ ପହଞ୍ଚିଛି । ପ୍ରାୟ ୨୦ ଲକ୍ଷ ଲୋକ ବିନା ବିଦ୍ୟୁତରେ ରହିଛନ୍ତି । ଆମେରିକାର ୪୮ଟି ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । କାରଣ କେତେକ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.