ଭାଷଣ ଦେବାବେଳେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

0

ଇସ୍‌ଲାମାବାଦ୍‌: ଖୁବ୍‌ ଶୀଘ୍ର ଭୋଜନ ପରିବେଷଣ କରାଯିବ ବୋଲି ଭାଷଣ ଦେବା ବ‌େଳେ ଖାଇବାକୁ ମାଗିଥିବା ଜଣେ ଶ୍ରୋତାଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍ କହିଥିବା ଉର୍ଦ୍ଦୁ ନିଉଜ୍‌ ଚାନେଲ୍‌ ‘ପିଟିଭି ନିଉଜ୍‌’ ପ୍ରସାରଣ କରିଥିବା ଭିଡିଓ କ୍ଲିପ୍‌ରୁ ଜଣାପଡ଼ିଛି।

ସମ୍ପ୍ରତି ଭାଇରାଲ୍‌ ହେଉଥିବା ଏହି ଭିଡିଓ କ୍ଲିପ୍‌ରୁ ସଂଗୃହୀତ ସୂଚନା ଅନୁସାରେ, ସୋମବାର ଦିନ ଖୈବର୍‌ ପଖ୍‌ତୁନ୍‌ଖ୍ବା ବିକାଶ ପ୍ରକଳ୍ପ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଉଦ୍‌ବୋଧନ ଦେବା ସମୟରେ ଜଣେ ଶ୍ରୋତା ଉଠିପଡ଼ି ଚିତ୍କାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ କହିଲେ, ଅନୁଗ୍ରହ କରି ବସି ପଡ଼ନ୍ତୁ, ଅବିଳମ୍ବେ ଭୋଜନ ପରିବେଷଣ କରାଯିବ। ଏହାପରେ ଟିକେ ହସି ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଜାରି ରଖିଥିଲେ।

ଉଲ୍ଲେଖ‌ଯୋଗ୍ୟ, ଖୈବର୍‌ ପଖତୁନ୍‌ଖ୍ବାରେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଯୋଗାଯୋଗ, ସଡ଼କ, ଜଳ-ବିଦ୍ୟୁତ୍‌ ଏବଂ ଶକ୍ତି ଭିତ୍ତିଭୂମି ପ୍ରକଳ୍ପ ଆଦିର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେବା ବେଳେ ସେ କହିଥିଲେ, ଏହି ସବୁ ଆହ୍ବାନ ବହୁଗୁଣିତ ହୋଇ ପାରେ, କିନ୍ତୁ ଦେଶର ୨୨୦ ନିୟୁତ ଜନତା ଚିନ୍ତା କରିବା ଅନୁଚିତ। ସମର୍ଥକମାନଙ୍କ ସହିତ ମିଶି ମେଣ୍ଟ ସରକାର ଦେଶକୁ ଏହି ସବୁ ଆହ୍ବାନରୁ ମୁକୁଳାଇ ନେବ।

Leave A Reply

Your email address will not be published.