ଅଫିସ୍ ଭଡ଼ା ଦେଇପାରିଲାନି ଟ୍ୱିଟର୍, ମାଲିକ ଦେଲେ ଥାନାରେ ଏତଲା

0

ଲସ୍ ଏଞ୍ଜଲିସ୍‌: ଅଫିସ୍ ଭଡ଼ା ଦେଇପାରିଲାନି ଟ୍ୱିଟର୍। ରୁଜୁ ହେଲା ମାମଲା। ସାନ୍ ଫ୍ରାନ୍‌ସିସ୍କୋରେ ଥିବା ଅଫିସ୍ ଘରର ଭଡ଼ା ବାବଦ ଦେୟ ୧୩୬,୨୫୦ ଡଲାର୍ ଦେଇ ନ ଥିବାରୁ ‘ଟୁଇଟର୍ ଇନ୍‌କର୍ପୋରେଟେଡ୍‌’ ନାଁରେ ଅଦାଲତରେ ମାମଲା ରୁଜୁ କରାଯାଇଛି।

ବ୍ଲୁମବର୍ଗ ଅନୁସାରେ, ଘର ମାଲିକ କୋଲମ୍ବିଆ ରିଟ୍‌ଙ୍କ କହିବା ମୁତାବକ, ଡିସେମ୍ବର ୧୬ ତାରିଖରେ ଭାଡା ପୈଠ କରିବାକୁ ଟ୍ୱିଟ୍‌ରକୁ ସୂଚନା ଦିଆଯାଇଥିଲା। ଆର୍ଡଫୋର୍ଡ ବିଲ୍ଡିଂର ୩୦ତମ ମହଲରେ ଥିବା ଅଫିସ ଲିଜ୍ ଖିଲାଫକାରୀ ତାଲିକାଭୁକ୍ତ ହେବ ବୋଲି ଟ୍ୱିଟର୍‌କୁ ନୋଟିସ ଜାରି କରାଯାଇଥିଲା। ତେବେ ନୋଟିସ ଜାରି ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଭଡା ଟଙ୍କା ପୈଠ କରିନି ଟ୍ୱିଟର୍।

ଏନେଇ ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ରାଜ୍ୟ ଅଦାଲତରେ ଗୁରୁବାର ଦିନ ଘର ମାଲିକ ଏକ ମାମଲା ରୁଜୁ କରିଥିଲେ। ଭଡ଼ା ନେଇଥିବା ପ୍ରତିଷ୍ଠାନ ଭଡ଼ା ଦେବାରେ ବିଫଳ ହୋଇଥିବା ଅଭିଯୋଗରେ ‘କଲମ୍ବିଆ ରିଟ୍‌’ କହିଛନ୍ତି।

Leave A Reply

Your email address will not be published.