କାହିଁକି ଏମିତି କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

0

ଶିରିଡ଼ି: ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଆଜି କହିଛନ୍ତି ଯେ, ମନକୁ ଶାନ୍ତ୍ବନା ଦେବାକୁ ଏଇଟା ଉତ୍ତମ ଭାବନା।

ନୂଆ ବର୍ଷର ପ୍ରଥମ ଦିନରେ ଶିରିଡ଼ି ଯାଇଥିବା ମୁଖ୍ୟମନ୍ତ୍ରୀ ଚୌହାନ ଗଣମାଧ୍ୟମକୁ କହିଛନ୍ତି, ମନକୁ ବୁଝାଇବା ଲାଗି ରାହୁଲ୍‌ଙ୍କ ଚିନ୍ତାଧାରା ଉତ୍ତମ ଅଟେ। ସେମିତି କହୁଥାଅ। ଆଗାମୀ ନିର୍ବାଚନରେ ମଧ୍ୟପ୍ରଦେଶରେ ‘ବିଜେପି’ ସ୍ପଷ୍ଟ ବହୁମତ ପାଇବ ବୋଲି ମୁଁ କାଗଜରେ ଲେଖି ଦେବି।

ଶନିବାର ଦିନ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଥିଲେ, ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବ ବୋଲି ମୁଁ ଲେଖି ଦେଇପାରିବି। ‘ବିଜେପି’ ସତ୍ତା ହରାଇବ। ସେମାନଙ୍କର ପତ୍ତା ମିଳିବ ନାହିଁ। ମୁଁ ଗ୍ୟାରେଣ୍ଟି ଦେଇ ଏକଥା କହୁଛି। ଅର୍ଥ ବଳରେ ‘ବିଜେପି’ ସରକାର ଗଢ଼ିଛି ବୋଲି ମଧ୍ୟପ୍ରଦେଶରେ ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି।

Leave A Reply

Your email address will not be published.