ରାୟଗଡ଼ା ଏସ୍ପିଙ୍କୁ NHRC ନିର୍ଦ୍ଦେଶ , ୪ ସପ୍ତାହରେ ରିପୋର୍ଟ ଦାଖଲ କର
ରାୟଗଡ଼ା : ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ଘଟଣାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରିବାକୁ କି ନିର୍ଦ୍ଦେଶ ଦେଇଛନ୍ତି NHRC ।
ରୁଷ ନାଗରିକ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଡିଏସ୍ପି ସରୋଜ କୁମାର ମହାନ୍ତଙ୍କ ଖୋଳତାଡ଼ କରୁଛି। ଗତକାଲି ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ଚତୁର୍ଥ ଦିନରେ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବ ଟିମ୍। ତଦନ୍ତର ଦ୍ୱିତୀୟ ଦିନରେ ମଶାଣିକୁ ଯାଇ ପାଉଁଶ ସଂଗ୍ରହ କରିଥିଲା ଟିମ୍ । ଏହାପରେ ପାଭେଲ୍ ପଡ଼ିଥିବା ସ୍ଥାନକୁ ଯାଇ ତନାଘନା କରିବା ସହ ସେଠାରୁ ତାଙ୍କ ଚପଲ ଜବତ କରାଯାଇଥିଲା।