ଭାରତୀୟ ରେଳରେ ବାହରିଲା ନିଯୁକ୍ତି ସୁଯୋଗ: ଏବେ ହିଁ ଆବେଦନ କରନ୍ତୁ

0

ଭୁବନେଶ୍ୱର (ଆମ ଟିଭି): ଆପଣ ଦଶମ ପାସ କରିଛନ୍ତି କି? ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ରେଲଓ୍ବେ ଆଣିଛି ବମ୍ଫର ଅଫର୍ । ୪ ହଜାର ୧୦୩ ପଦ ପାଇଁ ବାହାରିଲା ନୋଟିସ୍ । ଦକ୍ଷିଣ-ମଧ୍ୟ ରେଲଓ୍ବେ ପାଇଁ ଏହି ଚାକିରି ନୋଟିସ୍ ବାହାରିଛି । ଏସି ମେକାନିକ, କାରପେଣ୍ଟର, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଫିଟର, ପେଣ୍ଟର ଓ ଟ୍ରେଡ୍ସ ପଦ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ଆଶାୟୀ scr.indianrailways.gov.in ରେ ଆବେଦନ କରିପାରିବେ ।

ମେକାନିକ ପଦ ପାଇଁ ୨୫୦, କାରପେଣ୍ଟର ପାଇଁ ୧୮, ଡିଜେଲ ମେକାନିକ ପାଇଁ ୫୩୧, ଇଲେଟ୍ରିସିଆନ ପାଇଁ ୧୦୧୯, ଇଲେଟ୍ରୋନିକ୍ସ ମେକାନିକ ପାଇଁ ୯୨, ଫିଟର ପାଇଁ ୧୪୬୦, ମେସିନିଷ୍ଟ ପାଇଁ ୭୧, ମେକାନିକ ମେସିନ ଟୁଲ ମେଣ୍ଟେନାନ୍ସ ପାଇଁ ୫, ମିଲ ରାଇଟ ମେଣ୍ଟେନାନ୍ସ ପାଇଁ ୨୪, ପେଣ୍ଟର ପାଇଁ ୮୦ ଓ ଓ୍ବେଲ୍ଡର ପାଇଁ ୫୫୩ ପଦ ରହିଛି । ୫୦ ପ୍ରତିଶତ ନମ୍ବରରେ ଦଶମ ପାସ କରିଥିଲେ ଆପଣ ରେଲଓ୍ବେର ଆବେଦନ କରିପାରିବେ । ସେହିପରି ଟେକ୍ନିସିଆ ଭଳି ପଦ ପାଇଁ ସମ୍ପୃକ୍ତ ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।

ଆପଣ ଯଦି ୨୦୨୨ ଡିସେମ୍ବର ୩୦ ତାରିଖ ସୁଦ୍ଧ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବେ ତେବେ ଆପଣ ଏସବୁ ପଦ ପାଇଁ ଆବେଦନ କରିପାରିବେ । ସଂରକ୍ଷିତ ବର୍ଗର ଆଶାୟୀ ସରକାରୀ ମାନଦଣ୍ଡ ବୟସ ଅନୁସାରେ ଆବେଦନ କରିପାରିବେ । ସାଧାରଣ ବର୍ଗ, ଓବିସି, ଇଡବ୍ଲୁଏସ ବର୍ଗର ଆଶାୟୀଙ୍କୁ ଆବେଦନ ପାଇଁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ । ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଂ ଜରିଆରେ ମଧ୍ୟ ଆବେଦନ ଫି’ ଜମା କରିପାରିବେ । ମହିଳା ଓ ସଂରକ୍ଷିତ ବର୍ଗର ଆଶାୟୀଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.