ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗି ବିଧାନସଭା ଛାଡ଼ି ଚାଲିଗଲେ ରାଜ୍ୟପାଳ

0

ତାମିଲନାଡ଼ୁ (ଆମ ଟିଭି): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ପୁଣି ଆରମ୍ଭ ହୋଇଛି । ଆଜି ପାରମ୍ପରିକ ଅଭିଭାଷଣ ଦେବା ବେଳେ କେବଳ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଭାଷଣକୁ ରେକର୍ଡ କରି ରାଜ୍ୟପାଳ ନିଜଆଡୁ ସଂଯୋଗ କରିଥିବା ଅଂଶକୁ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ବାଚସ୍ପତିଙ୍କୁ କହିବାରୁ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି ବିଧାନସଭା ଛାଡ଼ି ଚାଲିଯାଇଛନ୍ତି। ରାଜ୍ୟ ସରକାରଙ୍କଦ୍ବାରା ପ୍ରସ୍ତୁତ କରାଯାଇଥିବା ରାଜ୍ୟପାଳଙ୍କ ମୂଳ ଭାଷଣକୁ ରେକର୍ଡ କରିବା ଲାଗି ତାମିଲନାଡୁ ବିଧାନସଭାରେ ଆଜି ଏକ ପ୍ରସ୍ତାବନା ମଧ୍ୟ ଗୃହୀତ କରାଯାଇଛି।

ରାଜ୍ୟ ସରକାରଙ୍କଦ୍ବାରା ପ୍ରସ୍ତୁତ ଅଭିଭାଷଣରୁ ରାଜ୍ୟପାଳ ରବି କିଛି ଅଂଶ ଛାଡ଼ିଯାଇଥିଲେ। ସେ ଛାଡ଼ିଯାଇଥିବା ଅଂଶରେ ଧର୍ମନିରପେକ୍ଷତା ଏବଂ ପେରିୟାର୍, ବି.ଆର୍. ଆମ୍ବେଦକର୍, କେ. କାମରାଜ, ସି. ଏନ୍. ଆନ୍ନାଦୁରାଇ ଏବଂ କରୁଣାନିଧିଙ୍କ ଭଳି ନେତାଙ୍କ ପ୍ରସଙ୍ଗ ରହିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଉପରୋକ୍ତ ପ୍ରସ୍ତାବନା ଆଗତ କରିଥିଲେ। ଆଗତ ପ୍ରସ୍ତାବନାରେ ଷ୍ଟାଲିନ୍ କହିଥିଲେ, ରାଜ୍ୟପାଳଙ୍କ କାର୍ୟ୍ୟ ସମ୍ବିଧାନ ବିରୋଧୀ।

Leave A Reply

Your email address will not be published.