ଉତ୍ତରାଖଣ୍ଡରେ ଯୋଶୀମଠ ଫାଟ ଲୋକ ଘର ଛାଡ଼ିବାକୁ ନାରାଜ

0

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଆଜି ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ଶିବଲିଙ୍ଗରେ ଫାଟ ଦେଖାଦେଇଛି। ଆଦି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିର ୬ ଇଞ୍ଚ ଦବି ଯାଇଛି। ମନ୍ଦିର ପରିସରରେ ଥିବା କୋଠା ଏବଂ ଲକ୍ଷ୍ମି ନାରାୟଣ ମନ୍ଦିରରେ ବିଶାଳକାୟ ଫାଟ ସୃଷ୍ଟି ହୋଇଛି। ଯୋଶିମଠରେ ବିପଦ ଘୋଷଣା ହୋଇଥିବା ଅନେକ ଅଞ୍ଚଳର ପରିବାର ସେମାନଙ୍କ ଘର ଛାଡ଼ିବାକୁ ନାରାଜ।

ଲୋକମାନେ ଘର ଛାଡ଼ିବାପାଇଁ ରାଜି ହେଉନଥିବାରୁ ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଏସ ଏସ ସନ୍ଧୁ କହିଛନ୍ତି, ପ୍ରତି ମିନିଟ୍‌ ଗୁରୁତ୍ବପୂର୍ଣ୍ଣ। ପ୍ରଭାବିତ ଅଞ୍ଚଳରୁ ତୁରନ୍ତ ଲୋକଙ୍କୁ ଉଦ୍ଧାର କରିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ‌ଯୋଶୀମଠର ଜଣେ ସାଧୁ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ କହିଛନ୍ତି, ସେ ପବିତ୍ର ସହରରେ ଲୋକମାନଙ୍କ ଦୁର୍ଦ୍ଦଶା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ କରିବେ। ସୁପ୍ରିମକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାପାଇଁ ସେ ଚାହିଛନ୍ତି। ଯୋଶୀମଠର ସୁରକ୍ଷା ପାଇଁ ଆସନ୍ତା ଜାନୁଆରି ୨୨ରୁ ୩୧ ମଧ୍ୟରେ ନରସିଂହ ମନ୍ଦିରରେ ସ୍ବତନ୍ତ୍ର ଯଜ୍ଞ ହେବ ବୋଲି ସେ କହିଛନ୍ତି। ଯୋଶୀମଠରେ ଏଯାବତ ୯ଟି ୱାର୍ଡର ୬୭୮ ଘରେ ଫାଟ ଦେଖାଦେଇଛି।

Leave A Reply

Your email address will not be published.