ପାକିସ୍ତାନକୁ ଜୋରଦାର ଝଟକା! ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକ ଅଧିକାରୀ ନିହତ

0

୨୦୧୯ ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ହେପାଜତକୁ ନେଇଥିବା ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ-ଏ-ତାଲିବାନ (TTP) ସହିତ ଏକ ଏନକାଉଣ୍ଟରରେ ଗୁଳି ବିନିମୟ ପରେ ମେଜର ମୋଇଜ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ସେନା ଅନୁଯାୟୀ, ମେଜର ମୋଇଜ ଆବାସ ଶାହଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଦକ୍ଷିଣ ୱାଜିରିସ୍ତାନର ସରଗୋଧା ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ବିରୁଦ୍ଧରେ ଏକ ଅପରେଶନ କରୁଥିଲା, ଯାହାର ନେତୃତ୍ୱ ସ୍ପେଶାଲ ସର୍ଭିସ ଗ୍ରୁପ ଅଧିକାରୀ ମେଜର ମୋଇଜ ଆବାସ ଶାହ ନେଇଥିଲେ। ଏହି ସମୟରେ, ପାକିସ୍ତାନୀ ସେନା ଏବଂ ତେହରିକ-ଏ-ତାଲିବାନ ମଧ୍ୟରେ ଗୁଳି ବିନିମୟରେ ଆତଙ୍କବାଦୀଙ୍କ ଗୁଳିରେ ପାକିସ୍ତାନୀ ସେନାର ମେଜର ମୋଇଜ ଆବାସ ଶାହ ଏବଂ ଲାନ୍ସ ନାୟକ ଜିବ୍ରାନୁଲ୍ଲାହଙ୍କ ମୃତ୍ୟୁ ହୋଇଥିଲା।
ପାକିସ୍ତାନୀ ସେନା ଅନୁଯାୟୀ, ଏହାର ସ୍ପେଶାଲ ସର୍ଭିସ ଗ୍ରୁପ (SSG)ରେ ମେଜର ପଦବୀରେ ନିଯୁକ୍ତ ମୋଇଜ ଆବାସ ଶାହ ପାକିସ୍ତାନର ଚକୱାଲ ଜିଲାର ବାସିନ୍ଦା ଥିଲେ ଏବଂ ତାଙ୍କର ବୟସ ୩୭ ବର୍ଷ ଥିଲା। ପାକିସ୍ତାନ ଯେଉଁ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିଲା, ତାଲିମ ଦେଇଥିଲା ଏବଂ ଭାରତ ଏବଂ ପାକିସ୍ତାନୀ ସିଆ ସମ୍ପ୍ରଦାୟ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିଲା, ସେମାନେ କିଛି ସମୟ ପରେ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ, ତାହାର ସର୍ବୋତ୍ତମ ଉଦାହରଣ ହେଉଛି ତେହେରିକ-ଏ-ତାଲିବାନ ପାକିସ୍ତାନ।

Leave A Reply

Your email address will not be published.