ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ

0

ଶ୍ରୀନଗର (ଆମ ଟିଭି): ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଅପଡେଟ ଆସିଛି। ଯଦି ସବୁକିଛି ଠିକ ରହିବ ତେବେ ଶୀଘ୍ର ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଯଦିଓ ନିର୍ବାଚନ ଆୟୋଗର ଆକଳନରୁ ଜଣାପଡିଛି ଯେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ କରିବା ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ନିର୍ବାଚନ ଆୟୋଗ ବିଭିନ୍ନ ସମୟରେ ନିର୍ବାଚନ କରିବାର ବିକଳ୍ପ ଉପରେ ଦୃଷ୍ଟି ରଖିଛନ୍ତି।

ସୂଚନାନୁସାରେ, ଉତ୍ତର କଶ୍ମୀରରେ ପ୍ରଥମେ ର୍ନିବାଚନ ହୋଇପାରେ। ଏହା ପରେ ଉତ୍ତର ଏବଂ ଦକ୍ଷିଣ କାଶ୍ମୀର, ପରେ କେନ୍ଦ୍ରୀୟ କାଶ୍ମୀର ଏବଂ ଜମ୍ମୁରେ ଭୋଟ ପ୍ରକ୍ରିୟା ଶେଷ ହୋଇପାରେ। ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଜମ୍ମୁ କଶ୍ମୀର ପ୍ରଶାସନ ଏବଂ ସୁରକ୍ଷା ବିଭାଗ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କୁହାଯାଇଛି ନିର୍ବାଚନ ପାଇଁ କେଉଁ କେଉଁ ବିକଳ୍ପ ରହିପାରିବ।

Leave A Reply

Your email address will not be published.