ଦିଲ୍ଲୀର ଏକ ଘରୋଇ ସ୍କୁଲରେ ବୋମା ଆତଙ୍କ

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀରେ ପୁଣି ବୋମା ଆତଙ୍କ । ତାହା ପୁଣି ସ୍କୁଲରେ । ଦିଲ୍ଲୀର ଏକ ଘରୋଇ ସ୍କୁଲରେ ବୋମା ଆତଙ୍କ ଦେଖିବାକୁ ମିଳିଛି। ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଥିବା ଧମକ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଇ-ମେଲ ଯୋଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧମକ ମିଳିବା ପରେ ସ୍କୁଲ ଖାଲି କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଖବର ମିଳିବା ପରେ ଅଭିଭାବକ ମାନେ ସ୍କୁଲରେ ପହଞ୍ଚିବା ସହ ନିଜନିଜ ପିଲାଙ୍କୁ ଧରି ଦୗେଡୁଥିବା ନଜର ଆସିଥିଲା ।

ଦିଲ୍ଲୀ ପୋଲିସ ସହ ବମ୍ ସ୍କ୍ବାଡ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିବା ବେଳ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। କିଛିଦିନ ପୂର୍ବରୁ ଦିଲ୍ଲୀ ସଦିକ ନଗରଠାରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ଧମକ ମିଳିଥିଲା।

Leave A Reply

Your email address will not be published.