କୋହଲା ପାଗକୁ କଲବଲ କରୁଛି ଥଣ୍ଡା ପବନ

0

ନୂଆଦିଲ୍ଲୀ : ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଅସହ୍ୟ ଜାଡ ଅନୁଭୂତ ହେଉଛି। କୋହଲା ପାଗକୁ ଥଣ୍ଡା ପବନ କଲବଲ କରୁଛି। ପାଣିପାଗ ବିଭାଗ ପକ୍ଷରୁ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଓ ପୂର୍ବ ଉତ୍ତରର ଅନେକ ସ୍ଥାନରେ ଘନ କୁହୁଡି ଜାରି ରହିବ।

ପାଣିପାଗ ବିଭାଗ କେନ୍ଦ୍ର ଦିଲ୍ଲୀ ଏନସିଆରରେ ୨୬ ଜାନୁଆରୀ ପର୍ଯ୍ୟନ୍ତ ମଧ୍ୟମ ସ୍ତରର, ପଞ୍ଜାବ, ହରିୟାଣା ଓ ଉତ୍ତରଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି।

Leave A Reply

Your email address will not be published.