ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ମୁଦି ପିନ୍ଧାଇଲେ ଅନୁଭବ

0

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ, ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାରଙ୍କ ଦ୍ବିତୀୟ ଇନିଂସ । ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ।

ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି , ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗୃତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।

Leave A Reply

Your email address will not be published.